କଟକ : ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏଥିପାଇଁ ଆଜିଠୁ ପରୀକ୍ଷା ହବକୁ ଗଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର । କଡାକଡି ସୁରକ୍ଷା ଭିତରେ ଏହି ପ୍ରଶ୍ନପତ୍ର ହବକୁ ପଠାଯାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ । ପରୀକ୍ଷା ଦିନ ହବ୍ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ୟ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ୟ୍ୟାଳୟରେ ଯାଞ୍ଚ କରାଯିବ ।
Views: 27