ନୂଆଦିଲ୍ଲୀ : ଟିମ ଇଣ୍ଡିଆର ମିଶନ ଫାଇନାଲ । ବର୍ତ୍ତମାନ ପ ର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ଅପରାଜୟ ରହିଛି ଭାରତ । କାଲି ବିଶ୍ବକପରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍। ଲିଗ୍ ପର୍ୟ୍ୟାୟରେ କିୱି ବାହିନୀକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ୧୯୮୭ରୁ ଏ ଯାଏ ୱାଙ୍ଖଡେରେ ୫ଟି ମ୍ୟାଚ ଖେଳିଛି ଭାରତ । ଏଥିରୁ ୨ଟି ମ୍ୟାଚରେ ପରାସ୍ତ ହୋଇଛି ।
ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରୁଛି ରୋହିତ ବ୍ରିଗେଡ୍ । ଏପଟେ ଟିମ ନ୍ୟୁଜିଲାଣ୍ଡ ବି ଭଲ ଫର୍ମରେ ଅଛି । ତେଣୁ ଆସନ୍ତାକାଲି ବଡ ଲଢେଇ ଅପେକ୍ଷାରେ ଅଛନ୍ତି କ୍ରିକେଟପ୍ରେମୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ହେବ ଏସିଡ ଟେଷ୍ଟ ।
Views: 99