The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ, ସବୁଠି ବାସିଲାଣି ତ୍ରିରଙ୍ଗାର ମହକ

Facebook
Twitter
LinkedIn

ଭୁବନେଶ୍ୱର ; ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ଯାହାର ଆଭାସ ଏବେଠୁ ପ୍ରତିଫଳିତ ହେଲାଣି ରାଜଧାନୀର ରାସ୍ତା କଡ଼ରେ। ଚଳଚଞ୍ଚଳ ହୋଇ ଉଠିଲାଣି ଦୋକାନ ବଜାର। ବିଭିନ୍ନ ଛକ ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ବିଭିନ୍ନ ଡିଜାଇନ୍ର ଜାତୀୟ ପତାକାଠାରୁ ଆରମ୍ଭ କରି କେତେ ରକମର ସାମଗ୍ରୀ। ତ୍ରିରଙ୍ଗାର ବିଭିନ୍ନ ପୋଷାକଠୁ ଆରମ୍ଭ କରି ପତାକା, ବେଲୁନ, ଷ୍ଟିକର୍, ବ୍ୟାଚ, କ୍ଲିପ, ଚୁଡି, ଫୁଲ, ଘରେ ସଜେଇବାକୁ ତ୍ରିରଙ୍ଗା ରଙ୍ଗର ଫୁଲ ହାର, ଝୁମର ଆଦି ଲୋକଙ୍କୁ ବେଶ ଆକର୍ଷିତ କରୁଥିବାର ପରିଲକ୍ଷିତ ହେଉଛି। ଅଫିସ ଠାରୁ ଆରମ୍ଭକରି ବିଭିନ୍ନ ଶିକ୍ଷାନୁଷାନରରେ ଏହି ଦିନକୁ ଏକ ପର୍ବ ରୂପେ ପାଳନ କରୁଥିବାରୁ ତ୍ରିରଙ୍ଗା ସହିତ ଏହି ରଙ୍ଗର ସମସ୍ତ ସାଜସଜ୍ଜା ଉପକରଣ ବେଶ ଲୋକଆଦୃତ ହେବାର ଦେଖିବାକୁ ମିଳିଛି। ଚିତ୍ରାଳୟରେ ସଂଗ୍ରାମୀଙ୍କ ବେଶ ପାଇଁ ଭିଡ ବର୍ତ୍ତମାନ ସମୟରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ୟ୍ୟକ୍ରମମାନ ଆୟୋଜିତ ହେଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login