ଭୁବନେଶ୍ୱର: ରଜ ..ଓଡିଶାର ଏକ ପ୍ରମୁଖ ପର୍ବ । ୩ ଦିନ ଧରି ପାଳନ କରାଯାଉଥିବା ଏହି ପର୍ବରେ ଝିଅ ମାନେ ବେଶ ଖୁସି ମନାନ୍ତି । ଆସନ୍ତାକାଲି ରଜ, ଆଜି ସଜବାଜ । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।
ରଜର ମହକରେ ମହକି ଉଠୁଛି ପୁରପଲ୍ଲୀ । ରଜପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର । ରଜର ଦିନକ ପୂର୍ବରୁ ଆଜି ସମସ୍ତେ ସଜବାଜରେ ମସଗୁଲ । ସଜେଇ ହେଉଛନ୍ତି କୁଆଁରୀମାନେ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି । ଗାଁ ଗାଁରେ ଜମିବ ପିଠାପଣା ସାଙ୍ଗକୁ ଦୋଳିଖେଳର ଆସର । ଗାଁ ଦାଣ୍ଡରେ ଦୋଳି ଲଗା ସରିଛି । ସମସ୍ତଙ୍କ ଘରେ କୁଣିଆ ଆସି ପହଁଚି ଗଲେଣି । ଗାଁ ଝିଅମାନେ ବିଭିନ୍ନ ପ୍ରକାରର ନାଚ ଗୀତର ଅଭ୍ୟାସ କରୁଛନ୍ତି । ଏହାସହ ତାସର ଆସର ଜମିଲାଣି । ଦୋଳିଖେଳ ସାଙ୍ଗକୁ ନାଚଗୀତର ଆସର ଦେଖିବାକୁ ମିଳିବ ।
ଆସନ୍ତାକାଲି ରଜ, ଉତ୍ସବ ମୁଖର ହେଲାଣି ଗାଁଠୁ ସହର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











