The Ultimate Managed Hosting Platform
ADVERTISEMENT

ଆସନ୍ତାକାଲିଠୁ କୁକୁର ବନ୍ଧ୍ୟାକରଣ ଆରମ୍ଭ-ମେୟର

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ବାସୀଙ୍କୁ ଘାରିଛି ବୁଲା କୁକର ଭୟ । କୁକୁରଙ୍କ କାରଣରୁ ରାଜଧାନୀରେ ଦୁର୍ଘଟଣା ମଧ୍ୟ ବଢୁଛି । ଅନେକ ସମୟରେ ଏପରି ମଧ୍ୟ ଦେଖାଯାଇଛି କି, ରାଜଧାନୀ ଗଳି କନ୍ଦିରେ କୁକୁର ମାନେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି । କିନ୍ତୁ ଏ ସବୁ ଭୟରୁ ଏବେ ମିଳିବ ନିସ୍ତାର । କାରଣ ଭୁବନେଶ୍ୱରରେ ଆସନ୍ତାକାଲିରୁ (ଡିସେମ୍ବର ୨୫) ପୁଣି ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଅନ୍ୟପଟେ ରାଜଧାନୀରେ କୁକୁର ଆତଙ୍କ ବଢ଼ିଥିବା ନିଜେ ସ୍ବୀକାର କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଏହା ମଧ୍ୟ କହିଛନ୍ତି ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଛି। ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ । ଆଗାମୀ ଦିନରେ କୁକୁର ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login