ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ଅଧ୍ୟୟନ ରତ ସାତକୋଶିଆ ଆଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜିଣିବା” ସରକାରଙ୍କ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ। ଶୁକ୍ରବାର ଦିନ ଏହି ପରିପ୍ରେକ୍ଷୀରେ ଆଶ୍ରମ ବିଦ୍ୟାଳୟ ପରିସରରେ ଅଭିଭାବକ ମାନଙ୍କ ସହଭାଗିତା ବିଷୟରେ ଆଲୋକପାତ କରିବା ଦେଖିବାକୁ ମିଳିଛି। ସରକାରଙ୍କ ବିକାଶ ମୂଳକ ଯୋଜନା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ମଧ୍ୟରେ ଶିକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ। ରାଜ୍ୟ ବ୍ୟାପୀ ଶିକ୍ଷା ର ସମ୍ପ୍ରସାରଣ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି ସରକାର।ତେବେ କାର୍ଯ୍ୟକ୍ରମରେ ବାକରତଳା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ନୀଳକଣ୍ଠ ହାଇବୁରୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ମହାନ୍ତ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଣା ଏବଂ ସମ୍ମାନିତ ଅତିଥି ପ୍ରଶାନ୍ତ କୁମାର ସାହୁ (ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଠାକୁରମୁଣ୍ଡା),ପ୍ରକାଶ ଚନ୍ଦ୍ର ନାୟକ (ପୂର୍ବତନ ଉପାଧ୍ୟକ୍ଷ, ଠାକୁରମୁଣ୍ଡା ବ୍ଲକ),ସୁରେଶ ବେହେରା (ରାଜସ୍ବ ନିରୀକ୍ଷକ ସାତକୋଶିଆ), ଗିରିଜା ନନ୍ଦନ ଦଳେଇ (ବନପାଳ ସାତକୋଶିଆ), ଜୟନ୍ତ ଘଣ୍ଟିଆଳି (ପଶୁ ଧନ ନିରୀକ୍ଷକ), ଭାରତେଶ୍ୱରୀ ମହାନ୍ତ (ପିଇଓ ସାତକୋଶିଆ) ତଥା ଅନ୍ୟାନ୍ୟ ବିଭାଗର କର୍ମଚାରୀ ଯୋଗ ଦେଇ ସରକାରଙ୍କ ଉପରୋକ୍ତ ବିଷୟବସ୍ତୁ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହୋଇଥିଲା। ଚମ୍ପାଝର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାର୍ଦ୍ଦିକ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମୋଦିନୀ ନାୟକ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସମସ୍ତ ବିଭାଗରେ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ମହାନ୍ତ ସରକାରଙ୍କ ଜାଗରଣ ଭିତ୍ତିକ ଯୋଜନାରେ ସହଭାଗିତା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।
ଆଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜିଣିବା” କାର୍ଯ୍ୟକ୍ରମ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







