The Ultimate Managed Hosting Platform
ADVERTISEMENT

ଆଳୁ ଦରବୃଦ୍ଧି ନେଇ ଗୃହରେ ତାତିଲେ ବିରୋଧୀ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଆଳୁ ଦର ବୃଦ୍ଧି ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ସରକାର କେବଳ ନାନାବାୟା ଗୀତ କଥା କହୁଛନ୍ତି । ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି । କିନ୍ତୁ ବଜାରରେ ୬୦ ଟଙ୍କାରେ ବିକ୍ରି ହେଉଛି । କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ । ମନ୍ତ୍ରୀ କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି । ଡବଲ ଇଞ୍ଜିନ ସରକାର ହୋଇ କାହିଁକି ଇଞ୍ଜିନ ଟାଣିପାରୁନାହିଁ ବୋଲି କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଆଳୁ ଦର ନିୟନ୍ତ୍ରଣ ପାଇଁ କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ? ଉତ୍ତର ପ୍ରଦେଶରୁ ଆଳୁରେ ୫୦ କେଜିରେ ୧୦ କେଜି ଆଳୁ ପଚା ବାହାରୁଛି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ରାଜ୍ୟରେ ଆଳୁ ସଙ୍କଟକୁ ନେଇ ସରକାରଙ୍କୁ ଘେରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login