The Ultimate Managed Hosting Platform
ADVERTISEMENT

ଆଳୁ -କୋବି ନୁହେଁ, ଏଠାରେ ଅସରପା ତରକାରୀ ଖାଇ ପାର୍ଟି କରନ୍ତି ଲୋକେ !

Facebook
Twitter
LinkedIn

ବ୍ୟୁରୋ : ସାରା ବିଶ୍ୱରେ ଖାଇବା ଅଭ୍ୟାସ ବ୍ୟାପକ ଭାବରେ ଭିନ୍ନ ଭିନ୍ନ ରହିଥାଏ । କିଛି ଲୋକ ସାପ ଏବଂ ପିମ୍ପୁଡ଼ିକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ ବି ଲୋକମାନେ ଗ୍ରହଣ କରନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଦେଖାଯାଉଛି କି ଅସରପାକୁ ଏକ ପ୍ୟାନରେ ରୋଷେଇ କରାଯାଉଛି । ଯେମିତି କି ସେମାନେ କିଛି ପରିବାକୁ ରୋଷେଇ କରୁଛନ୍ତି ।
ଏହି ଭିଡିଓକୁ @sports.jx.china ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା । ଏବଂ ଏଥିରେ ୧୦.୯ ନିୟୁତରୁ ଅଧିକ ଭ୍ୟୁ ମିଳିଥିଲା। ଯେଉଁଥିରେ ଅନେକ କିଛି କମେଣ୍ଟ ଆସିଥିଲା । କିଛି ଲୋକ ବିରକ୍ତ ହୋଇ କହିଥିଲେ ଯେ ଏହି ଅସରପାକୁ କିପରି ଖାଦ୍ୟ ଭାବେ ରୋଷେଇ କରାଯାଉଛି ଏବଂ ଏହା ରୋଗର ପ୍ରଜନନ ସ୍ଥଳ। କିନ୍ତୁ ଅନ୍ୟପଟେ ଆଉ କିଛି ଲୋକ କହିଛନ୍ତି ଯେ ଅନେକ ଦେଶରେ, ଏଗୁଡ଼ିକୁ କେବଳ ଖିଆଯାଏ ନାହିଁ ବରଂ ସୁସ୍ଥ ମଧ୍ୟ ବିବେଚନା କରାଯାଏ ଏବଂ ଔଷଧ ଭାବରେ ବ୍ୟବହାର କରାଯାଏ। ଲୋକମାନେ ଏହାକୁ ମଜାରେ ଅସରପା ତରକାରୀ ବୋଲି ମଧ୍ୟ କହିଥିଲେ।
ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ଅସରପାକୁ ନେଇ ଭିନ୍ନ ଭିନ୍ନ ପ୍ରକାରରେ ରନ୍ଧା ଯାଏ । କେହି କେହି ଏହାକୁ ହାଲକା ମସାଲା ଦେଇ ରୋଷେଇ କରନ୍ତି ତ ଆଉ କେହି ଏହାକୁ ସିଝାଇ ଖାଆନ୍ତି । ଆଉ କେହି କେହି ଏହାକୁ ତେଲ ସହ ଜଡିବୁଟିରେ ମଧ୍ୟ ପକାଇ ରୋଷେଇ କରନ୍ତି ।
ସାଧାରଣତଃ ଘର ମାନଙ୍କରେ ଅସରପାକୁ ଦେଖିଲେ ଲୋକମାନେ ସ୍ପ୍ରେ ପକାଇ ମାରି ଦିଅନ୍ତି ତ ନଚେତ ଘଉଡେଇ ଦିଅନ୍ତି । ଜଣେ ୟୁ୍ୟଜର ଲେଖିଛନ୍ତି କି , ଲୋକମାନେ ଏହାକୁ ଏତେ ଘୃଣା କରନ୍ତି ତ କେମିତି ଏହାକୁ ଖାଇପାରୁଛନ୍ତି । କିନ୍ତୁ ଏକ୍ସପର୍ଟ୍ସଙ୍କ କହିବା କଥା ଯେ ଏହି ଅସରପା ଘର ଦେଖାଯାଉଥିବା ଅସରପା ନୁହେଁ , ଏହାକୁ ଫାର୍ମ ସ୍ୱତନ୍ତ୍ର ଭାବରେ ପାଳନ କରନ୍ତି । ଏବଂ ସଫାସୁତୁରା ଭାବରେ ଏହାକୁ ରୋଷେଇ ମଧ୍ୟ କରାଯାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ । ଏବଂ କିଛି କିଛି ସଂସ୍କୃତିରେ ଏହା ଜଡିବୁଟି ଭାବରେ ବ୍ୟବହାର କରାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login