ବଲାଙ୍ଗିର : ଆତ୍ମହତ୍ୟା ବଢୁଛି ସସପେନ୍ସ ବି ବଢୁଛି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ପୁଣି ଏକ ଆତ୍ମହତ୍ୟା ଘଟଣା ସାମନାକୁ ଆସିଛି। ଗତକାଲି ବଲାଙ୍ଗିରରେ ଜଣେ ଓଡ଼ିଆ ଆଲବମ ଅଭିନେତ୍ରୀ କରିଛନ୍ତି ସୁଇସାଇଡ୍। ଏପଟେ କେମିତି ଓ କେଉଁ ପରିସ୍ଥିତିରେ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ ହେଲା । ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କାହିଁକି ସୁଇସାଇଡ୍ କଲେ ରୁଚିସ୍ମିତା ? କାରଣ କଣ ହୋଇଥାପାରେ ? ଆତ୍ମହତ୍ୟା ପୂର୍ବରୁ ରୁଚିସ୍ମିତା ଓ ତାଙ୍କ ମାଆଙ୍କ ମଧ୍ୟରେ ବଚସା ହୋଇଥିଲା । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ମୃତଦେହ ଉଦ୍ଧାର ବେଳେ ତାଙ୍କ ବେକରେ ବ୍ଲୁଟୁଥ୍ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ । ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ କାହିଁକି ସୁଇସାଇଡ୍ କଲେ ଅଧିକ ଖୋଳତାଡ ଚଳାଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ରୁଚିସ୍ମିତା ଜଣେ ସମ୍ବଲପୁର ଆଲବମ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୁଚିସ୍ମିତା । ଏଥିସହ ଅନେକ ଆଲବମ୍ରେ ଗୀତ ବି ଗାଇଛନ୍ତି । ସମ୍ବଲପୁରୀ ଆଲବମ୍ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରୁଚିସ୍ମିତା ।
ତେବେ ଏହି ଆଲବମ୍ ଅଭିନେତ୍ରୀଙ୍କ ଆଖିରେ ଆଉ ଜଣେ ଦେଖିବ ଦୁନିଆ । ଅଭିନେତ୍ରୀ ରୁଚିସ୍ମିତାଙ୍କ ଆଖିକୁ ଦାନ କରିଛନ୍ତି ପରିବାର ଲୋକ । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ କରାଯାଇଛି ଚକ୍ଷୁ ଦାନ।
ଆଲବମ୍ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ,

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...