ପୁରୀ : ପବିତ୍ର ଅକ୍ଷୟ ତୃତୀୟରେ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ ହେବ। ଚଳିତ ମାସ ୧୦ ତାରିଖରେ ପଡୁଛି ପବିତ୍ର ଅକ୍ଷୟ ତୃତୀୟା । ଏଥିସହ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୁହା ଓ ବାଉଁଶ ବାନ୍ଧି ଚାଳି ପ୍ରସ୍ତୁତ କରିଛନ୍ତି। ବାଉଁଶ ଚାଳି ଉପରେ ଚାଞ୍ଚରା ପକାଯାଉଛି। ପୂଜା ପାଇଁ ଆବଶ୍ୟକ କାଠ ବି ରଥଖଳାରେ ରଖାଯାଇଛି। ସେପଟେ ଚନ୍ଦନଯାତ୍ରା ବେଳେ ଶ୍ରୀମନ୍ଦିରରୁ ନରେନ୍ଦ୍ର ଯିବା ବାଟରେ ଅନେକ ସ୍ଥାନରେ ପନ୍ତି ଭୋଗ ଖାଇବେ। ମେ ୧୮ ତାରିଖ ଭିତରେ କାମ ସାରିବାକୁ କୁହାଯାଇଛି।
Views: 67











