ଭୁବନେଶ୍ୱର : ଗତକାଲିଠୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ । ପ୍ରାକୃତିକ ସୈାନ୍ଦର୍ଯ୍ୟ ଉପଭୋଗ କରିବା ସହ ଜଳ କ୍ରୀଡାର ମଜା ନେବେ ପର୍ଯ୍ୟଟକ । ଏଥର ତିନି ମାସ ଧରି ୭ ଟି ଜାଗାରେ ହେବ ଇକୋ ରିଟ୍ରିଟ୍ । କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ୟ୍ୟଟକ ନିଆରା ଅନୁଭୂତି ସାଉଁଟିବେ । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍ ହୋଟେଲର ସୁବିଧା । ପ୍ରଥମ ପର୍ୟ୍ୟାୟରେ ହୀରାକୁଦ, ଦାରିଙ୍ଗିବାଡ଼ି, କୋରାପୁଟ ଓ ସାତକୋଶିଆରେ ଇକୋ ରିଟ୍ରିଟ୍କୁ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଗତକାଲି ଉଦ୍ଘାଟନ କରିଥିଲେ । ସେହିଭଳି ଦ୍ୱିତୀୟ ପର୍ୟ୍ୟାୟରେ ଡିସେମ୍ବର ପହିଲାରେ ସୋନାପୁର ଓ ଭିତରକନିକାରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ । ତୃତୀୟ ପର୍ୟ୍ୟାୟରେ ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍ର ଶୁଭାରମ୍ଭ ହେବ । ଏଥିପାଇଁ ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ର ୱେବସାଇଟ୍ bookodisha.com ଓ odishaecoretrets.com ବୁକିଂ ଜାରି ରହିଛି ।
ଆରମ୍ଭ ହେଲା ଇକୋ ରିଟ୍ରିଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











