The Ultimate Managed Hosting Platform
ADVERTISEMENT

ଆରମ୍ଭ ହେବ ଅଫ୍‌ଲାଇନ୍‌ ପାଠପଢ଼ା ସ୍କୁଲ୍‌ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

Facebook
Twitter
LinkedIn

ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି  ପିଲାମାନେ ଗତ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବ ଫଳରେ ପିଲାମାନେ ପାଠପଢ଼ାରେ ପଛେଇବେ ନାହିଁ ବୋଲି ଆଶା ରଖାଯାଇଛି ।

ସୂଚନା ଅନୁସାରେ,ଦଶମ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ତେବେ ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷାର ନିଷ୍ପତ୍ତି ନିଆଯିବ ।

ଅନ୍ୟପକ୍ଷେ,କରୋନା କଟକଣା ମଧ୍ୟରେ ଆସନ୍ତାକାଲି ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ଗତକାଲି ଅଭିଭାବକ ସମ୍ମିଳନୀ ହୋଇଥିଲା । ଏଥିରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଇଛି । ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ମୌଳିକ ଜ୍ଞାନ ହରାଇଛନ୍ତି ବୋଲି ବିଭିନ୍ନ ସର୍ଭେ ତଥ୍ୟ ଦର୍ଶାଇଛି ।

ତେଣୁ ସ୍କୁଲ ଖୋଲିବା ପ୍ରଥମ ସପ୍ତାହରେ ହିଁ ପିଲାଙ୍କର ପାଠପା ହେବ ନାହିଁ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା(ସୋସିଓ ଇମୋସନାଲ୍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ । ଏହି ୬ ଦିନ ପିଲାଙ୍କୁ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ସ୍କୁଲ ସହିତ ବାନ୍ଧି ରଖିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login