ଭୁବନେଶ୍ୱର : ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ୨୧ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନିଭୂତ ହୋଇ ଉତ୍ତରକୁ ଗତି କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ଉତ୍ତର ଭାରତରେ କାଳବୈଶାଖୀ, ପଶ୍ଚିମରେ ଗ୍ରୀଷ୍ମ ତାତି । ଉତ୍ତର ଭାରତରେ କାଳବୈଶାଖୀର ପ୍ରକୋପ ରହିବା ସହ ଅଧିକ ବର୍ଷା ଓ ବିଜୁଳି ଘଡଘଡିର ସମ୍ଭାବନା ଥିବା ନେଇ ଆକଳନ କରିଛି ଆଇଏମଡି । ଉତ୍ତର ତଥା ପୂର୍ବ ଭାରତର ପଶ୍ଚିମବଙ୍ଗ ସମେତ ସିକିମରେ ଏହାର ପ୍ରଭାବ ପରିଲକ୍ଷିତ ହେବ । ଓଡିଶାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।
Views: 22