ଅନୁଗୁଳ : ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ । ଭୁବନେଶ୍ୱର ଆରଡି ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ । ଅନୁଗୁଳର ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ । ମେସିନ୍ ସାହାଯ୍ୟରେ ଚାଲିଛି ଟଙ୍କା ଗଣା । ୨କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ । ଅନୁଗୁଳ କରଡାଗାଡ଼ିଆ ଠାରୁ ୧ କୋଟି ୪୦ ଲକ୍ଷ ଓ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ମିଳିଲା ୧ କୋଟି ଟଙ୍କା । ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଅନୁଗୁଳ, ପିପିଲି ଓ ଭୁବନେଶ୍ବରରେ ଚାଲିଛି ରେଡ୍ । ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ,ଲକେଇପସି, ମତିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି । ଆସନ୍ତାକାଲି ତାଙ୍କର ଚାକିରି କାର୍ୟ୍ୟକାଳ ସରିଥାନ୍ତା । ହେଲେ ଅବସର ପୂର୍ବରୁ ମାଡିବସିଛି ଭିଜିଲାନ୍ସ ।
Views: 43











