ଭୁବନେଶ୍ୱର : ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା , ୮.୪୫ରେ ଭିତରକୁ ଗଲେ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ । ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା । ନୟାପଲ୍ଲୀ, ମଞ୍ଚେଶ୍ୱର, ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏଭଳି ଚିତ୍ର । ସର୍ଭର ଡାଉନ ଯୋଗୁଁ ପରୀକ୍ଷା ଦେଇ ପାରିନାହାନ୍ତି ପରୀକ୍ଷାର୍ଥୀ । ଭୁବନେଶ୍ୱର, କଟକ, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏହି ଘଟଣା ପରେ ପରୀକ୍ଷାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି ।
Views: 50











