The Ultimate Managed Hosting Platform
ADVERTISEMENT

ଆମେରିକା ମିସିସିପିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକା ମିସିସିପିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏଠାରେ ମେଡିକାଲ ପରିବହନ ନେଇ ଯାଉଥିବା ହେଲିକପ୍ଟର ପାଇଲଟଙ୍କ ସମେତ ଦୁଇଜଣ ହସପିଟାଲ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ କେମିତି ହୋଇଛି, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ତେବେ ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ୟୁନିଭରସିଟି ଅଫ ମିସିସିପି ମେଡିକାଲ ସେଣ୍ଟରରେ ଜଣେ ଅଧିକାରୀ କହିଛନ୍ତି । ଖବର ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ କୌଣସି ରୋଗୀ ନଥିବା ଜଣାପଡିଛି । ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ ସୂଚନା ଦିଆଯାଇଛି । ଗୋପନୀୟତା ହେତୁ ମୃତକଙ୍କ ସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ । ଏଯାବତ୍ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login