ନୂଆଦିଲ୍ଲୀ : ଆମେରିକାର ଟାରିଫ ବୃଦ୍ଧି । ଭାରତ ପାଇଁ ପଡିଛି ମହଙ୍ଗା । ୨୫ ପ୍ରତିଶତ ଟାରିଫ କଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଗଷ୍ଟ ୧ରୁ ଏହି ଟାରିଫ ଲାଗୁ ହେବା ନେଇ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ କୁହାଯାଉଛି ଆମେରିକାର ଟାରିଫ୍ ପ୍ଲାନ୍ ପାଇଁ ଭାରତ ଉପରେ ବଡ଼ ପ୍ରଭାବ ପଡ଼ିବ । ଏବେ ଆସନ୍ତୁ ଜାଣିବା, ଆମେରିକାର ଏହି ପଦକ୍ଷେପ ଭାରତ ଉପରେ କ’ଣ ପ୍ରଭାବ ପକାଇବ? ଏହାର ଭାରତୀୟ ଶିଳ୍ପ ଓ ଅର୍ଥନୀତି ଉପରେ କୌଣସି ପ୍ରଭାବ ପଡ଼ିବ କି? ୨୦୨୪ର ରିପୋର୍ଟ ଆଧାରରେ, ଭାରତ ଆମେରିକାକୁ ୮୭.୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, କିନ୍ତୁ ଆମେରିକାରୁ ୪୧.୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା, ଯାହା ଫଳରେ ଆମେରିକା ୪୫.୭ ବିଲିୟନ ଡଲାରର ଘାଟା ସହିଥିଲା । ଭାରତର ପ୍ରମୁଖ ରପ୍ତାନିରେ ଔଷଧ, ବୟନଶିଳ୍ପ, ରତ୍ନ-ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ଏବଂ ଷ୍ଟିଲ୍- ଆଲୁମିନିୟମ ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ଭାରତ ଆମେରିକାକୁ ବହୁଳ ପରିମାଣରେ ରପ୍ତାନି କରେ, ଯାହା ଆମର ମୋଟ ରପ୍ତାନିର ପ୍ରାୟ ୧୮ପ୍ରତିଶତ ଅଟେ । ଏବେ ୨୫ପ୍ରତିଶତ ଟାରିଫ୍ ଲାଗିବା ଫଲେ ଏହିସବୁ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ପ୍ରୀତି ଥିବା ପୂର୍ବରୁ ଜଣାଥିଲେ ବି ଏବେ ପୁଣିଥରେ ତାହା ପ୍ରମାଣିତ ହୋଇଛି ।
ଯେତେବେଳେ ଟ୍ରମ୍ପ ଭାରତକୁ ଟାରିଫ କଷି, ପାକିସ୍ତାନ ସହ ଟ୍ରେଡ୍ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ବାଣିଜ୍ୟିକ ନୀତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଭାରତ ଉପରେ ୨୫ ପ୍ରତିଶତର ଶୁଳ୍କ ଘୋଷଣା କରିବା ଠିକ୍ ପରେ ପଡ଼ୋଶୀ ପାକିସ୍ତାନ ସହ ବାଣିଜ୍ୟିକ କାରବାର ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ବଡ଼ ତୈଳ ଡିଲ୍ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।
ଆମେରିକାର ଟାରଫ ବୃଦ୍ଧି : ଭାରତ ପାଇଁ ଝଟକା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







