ଆମେରିକା : ଆମେରିକାରେ ବିମାନ ଦୁର୍ଘଟଣା । କେଣ୍ଟୁକିର ଲୁଇସଭିଲ୍ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ଏକ ମାଲବାହୀ ବିମାନ ଦୁର୍ଘଟଣା ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇ ବିସ୍ଫୋରଣ ହେବାରୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ପରେ ଉଦ୍ଧାରକାରୀମାନେ ଅନ୍ୟମାନଙ୍କୁ ଖୋଜୁଛନ୍ତି । ମଙ୍ଗଳବାର ସ୍ଥାନୀୟ ସମୟ ସନ୍ଧ୍ୟା ସମୟରେ ବିମାନଟି ଲୁଇସଭିଲ୍ର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ୟୁପିଏସ୍ ୱାର୍ଲ୍ଡପୋର୍ଟରୁ ହୋନୋଲୁଲୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିମାନ ଦୁର୍ଘଟଣା ଘଟିଥିଲା । ଲୁଇସଭିଲ୍ ମେୟର କ୍ରେଗ୍ ଗ୍ରୀନବର୍ଗ କହିଛନ୍ତି ଯେ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ କାମ ଜାରି ରଖିଛନ୍ତି । ଘଟଣାର ଭିଡିଓରେ ବିମାନର ବାମ ପାର୍ଶ୍ୱରେ ନିଆଁ ଏବଂ ଘନ ଧୂଆଁ ଦେଖାଯାଇଥିଲା । ତା’ପରେ ବିମାନଟି କିଛି ସମୟ ପାଇଁ ଭୂମି ଉପରକୁ ଉଠିଥିଲା, ଏହାମ୍ଭପରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁରେ ଜଳିଗଲା ।
Views: 77











