ଆଫଗାନିସ୍ତାନ : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ତାଲିବାନ ଏନେଇ ସ୍ପଷ୍ଟ କରିଛି । ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲାହ ମୁଜିହାଦ ପାକିସ୍ତାନର ଆକ୍ରମଣକୁ ନିନ୍ଦା କରିବା ସହ ଜବାବ ଦିଆଯିବ ବୋଲି ଧମକ ଦେଇଛନ୍ତି । ତାଲିବାନ କହିଛି ଯେ, ଖୋସ୍ତ ପ୍ରାନ୍ତ ବ୍ୟତୀତ ପକ୍ତିକା ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ ହୋଇଛି । ସିରିଏଲ ଆଟାକରେ ଅନେକ ନାଗରିକଙ୍କ ଘର ଧ୍ୱଂସ ହୋଇଯାଇଛି । ଘଟଣାକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାଁନ୍ତି । ତେବେ ଆକ୍ରମଣ ସେହି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନ ପେଶାଓ୍ୱାରରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୬ ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ । ଏଥିପାଇଁ ପାକ୍ ସରକାର ଆଫଗାନିସ୍ତାନକୁ ଦାୟୀ କରିଥିଲେ ।
Views: 29











