The Ultimate Managed Hosting Platform
ADVERTISEMENT

ଆପରେ ଯୋଗ ଦେଲେ ୟୁପିଏସସିର ଶିକ୍ଷକ ଅବଧ ଓଝା

Facebook
Twitter
LinkedIn

ନୂଆଦିଲ୍ଲୀ : ଆପରେ ଯୋଗ ଦେଲେ ୟୁପିଏସସିର ଖ୍ୟାତିନାମ ଶିକ୍ଷକ ଅବଧ ଓଝା । ଅରବିନ୍ଦ୍ର କେଜରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆପରେ ଯୋଗ ଦେଇଛନ୍ତି ଅବଧ ଓଝା । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ରାଜନୀତିରେ ସୁଯୋଗ ଦେଇଥିବାରୁ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବଧ ଓଝା । ଉତ୍ତରପ୍ରଦେଶ ଗୋଣ୍ଡାରୁ ଆସିଥିବା ଅବଧ ଓଝା ୟୁପିଏସସି ଏବଂ ମୋଟିଭେସନାଲ ସ୍ପିକର ପାଇଁ ଘରେ ଘରେ ପରିଚିତ । ତାଙ୍କର ପୁରା ନାମ ଅବଧ ପ୍ରତାପ ଓଝା ଅଟେ । ତାଙ୍କର ପ୍ରାଥମିକ ଶିକ୍ଷା ଗୋଣ୍ଡାରେ ହୋଇଥିଲା । ସେ ଗୋଣ୍ଡାର ଫତିମା ଇଣ୍ଟର କଲେଜରୁ ଗ୍ରାଜୁଏଟ ହୋଇଛନ୍ତି । ଆସନ୍ତା ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ଅବଧ ଓଝା ପ୍ରାର୍ଥୀ ଭାବରେ ଛିଡା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । କିଛିଦିନ ପୂର୍ବେ ଅରବିନ୍ଦ କେଜରିଓ୍ବାଲ ସବୁ କ୍ଷେତ୍ରରୁ ଆପ ଏକାକୀ ଲଢିବ ବୋଲି ସୂଚନା ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login