ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ବସ ଟ୍ରାଜେଡି । ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା । ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା । ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପାମୂଳଖ ସହାୟତା ମିଳିବ । ଆହତଙ୍କ ଆଶୁଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ । ସୂଚନା ମୁତାବକ ହାଇଦ୍ରାବାଦ-ବେଙ୍ଗାଲୁରୁ ଏନଏଚ ଉପରେ ହୁତୁ ହୁତୁ ହୋଇ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି । ବସ୍.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ । ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଆନ୍ଧ୍ର ବସ ଟ୍ରାଜେଡି ; ସହାୟତା ରାଶି ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











