The Ultimate Managed Hosting Platform
ADVERTISEMENT

ଆନ୍ଧ୍ର ଓଡିଶା ସୀମାନ୍ତ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଡ଼ିଓ

Facebook
Twitter
LinkedIn

ଚିତ୍ରକୋଣ୍ଡା : ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ଓଡିଶା ସୀମା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଵାଭିମାନ ଅଞ୍ଚଳ ରାଲେଗଡ଼ା ଗ୍ରାମ ପଞ୍ଚାୟତକୁ ଚିତ୍ରକୋଣ୍ଡା ବିଡିଓ ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡାରୀ, ଏପିଓ ଶ୍ରୀ ଉଛବ ଗିରି ଓ ରାଲେଗଡ଼ା ସରପଞ୍ଚ କମଳୁ ହନ୍ତାଳ ରାଲେଗଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ତଦାରଖ କରିବା ପାଇଁ ପରିଦର୍ଶନ କରିଥିଲେ । ରାଲେଗଡ଼ା ଗ୍ରାମ ପଞ୍ଚାୟତ ଏକ ଦୁର୍ଗମ ଜଙ୍ଗଲ ,ପାହାଡ଼,ପର୍ବତ ଏବଂ ଆନ୍ଧ୍ର ପ୍ରଦେଶ ସହ ଲାଗିରହିଛି ।

ଆଜିକୁ ଦେଶ ସ୍ବାଧୀନ ହୋଇ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଓଏଏସ ଅଫିସର ବା ଉଚ୍ଚ ପଦାଧିକାରୀ ଏହି ଯାଜପାଲମ୍ , କକୁଲିଗୁଡା ଭଳି ଗାଁରେ ପାଦ ଦେଇ ନ ଥିଲେ । ରାଲେଗଡ଼ା ଗ୍ରାମ ପଞ୍ଚାୟତର ଜାଜ୍ ପାଲାମ ,କକୁଲିଗୁଡ଼ା ଭଳିଆ ପାହାଡ଼ ପର୍ବତ ଜଙ୍ଗଲ ଭରପୁର ଥିବା ଗାଁରେ ରାସ୍ତା ପହଞ୍ଚିବା ସହ ଓଏଏସ ପଦାଧିକାରୀ ଯାଇ ଲୋକଙ୍କ ଦୁଃଖସୁଖ ବୁଝିଥିବାରୁ ଅଂଚଳ ବାସୀ ଏବଂ ସ୍ଥାନୀୟ ସରପଞ୍ଚ ,ୱାର୍ଡ ମେମ୍ବର ବିଡିଓ ଓ ଏପିଓ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସାର୍କୁବନ୍ଧ ୫ଟି ସ୍କୁଲ ବୁଲି ଦେଖିଥିଲେ ଏବଂ ଗ୍ରାମବାସୀଙ୍କୁ ସହଯୋଗ କରିବା ପାଇଁ କହିଥିଲେ । ରାଲେଗଡ଼ା ସରପଞ୍ଚ ,ୱାର୍ଡ ମେମ୍ବର ,ପଞ୍ଚାୟତ ବାସୀ ଏହି ପଞ୍ଚାୟତକୁ ବାରମ୍ବାର ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login