ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ କିଛି ଦିନ ପୂର୍ବରୁ ପାଟଣା ଥାନା ଅନ୍ତର୍ଗତ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ ,ପିତା ଗୌର ମହାନ୍ତ ତାଙ୍କ ସ୍ତ୍ରୀ ଓ ଖୁଡିଙ୍କ ସହ ପାଟଣା ବଜାରରେ ଥିବା ଜୟ ଗୁରୁ ସୁନା ଗହଣା ଦୋକାନରୁ ଗହଣା କିଣା କିଣି କରି ନିଜ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ପାଟଣା ବୈତରଣୀ ନଦୀ ଶିବ ମନ୍ଦିର ନିକଟରେ ଛିନତାଇ ଗ୍ୟାଙ୍ଗ ଦ୍ୱାରା ସମସ୍ତ ସୁନା ଗହଣା ଚୋରୀ ହୋଇଥିଲା ।ଏହି ଘଟଣାକୁ ଆଖି ଆଗରେ ରଖି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ଏସଡିପିଓ ଚମ୍ପୁଆ ଏସଡିପିଓଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ଅନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କରାଯାଇଥିଲା। ସେମାନଙ୍କ ପାଖରୁ ଗୋଟିଏ ସୁନା ମଙ୍ଗଳ ସୂତ୍ର,ଦୁଇଟି କାନ ଫୁଲ,ଗୋଟିଏ ସୁନା କଏନ,ଗୋଟିଏ ରିଙ୍ଗ ସହିତ ୫୪ ହଜାର ୨୮୬ ଟଙ୍କାର ନଗଦ ପାଞ୍ଚଶହ ଟଙ୍କିଆ ନୋଟ ଏବଂଗୋଟିଏ ବାଜାଜ ପଲସର ବାଇକ(ଅ ଆର-୦୨-ବି ଏକ୍ସ-୫୮୨୬ )ସହିତ ଗୋଟିଏ ହିରୋ ସି ବି ଜେଡ୍( ଓ ଆର-୦୫-ଏ କ୍ୟୁ-୨୩୪୩)ଏବଂ ୫ ଟି ମୋବାଇଲ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଛିନତାଇ ଗ୍ୟାଙ୍ଗର ସମସ୍ତ ସଦସ୍ୟ ପୂର୍ବରୁ ଅନେକ ଜିଲ୍ଲାର ଥାନାରେ ସମ୍ପତ୍ତି ଭିତ୍ତିକ ଅପରାଧିକ ମାମଲାରେ ଜଡିତ ଥିବା ସୂଚନା ମଳିଥିବାବେଳେ ଘଟଗାଁ ଉପଖଣ୍ଡ ଓ ଚମ୍ପୁଆ ଉପଖଣ୍ଡ ଅଧିକାରୀଙ୍କ ମିଳିତ ନେତୃତ୍ୱରେ ଏହି ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କରାଯାଇଛି। କାବୁ କରାଯାଇଥିବା ଛିନତାଇ ଗ୍ୟାଙ୍ଗର ୫ ସଦସ୍ୟ ହେଲେ ଗଞ୍ଜାମ ଜିଲ୍ଲାର ଏ.ଶ୍ରୀନୁ (୩୦) କ୍ରୀଷ୍ଣା ଦାସ (୨୬) ଆଦେଲ୍ ଏସୁ(୩୨) ବିଜୟ ଦାସ(୪୦) ଏ. ଆବାଦ୍(୩୫) ଥିବା ବେଳେ ଯାଜପୁର ଜିଲ୍ଲାର ୨ ଜଣ ହେଲେ ଏ. ମାଲିଙ୍ଗା(୩୦) ଏ. ଶେଖର (୩୨) ମୋଟ ସାତଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସ୍.ଡି.ପି.ଓ. ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ପାଟଣା ଥାନାଧିକାରୀ ଵିଵତ୍ସ ପ୍ରଧାନ ଏସଆଇ ଶିବସଙ୍କର ଆଲଦା ପ୍ରମୁଖ ପାଟଣା ଥାନାରେ ଉପସ୍ଥିତ ଥିଲେ ।
ଆନ୍ତଃରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କଲା ପାଟଣା ପୁଲିସ

Facebook
Twitter
LinkedIn
Facebook
Twitter
LinkedIn
Recent News
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...