ନୂଆଦିଲ୍ଲୀ : ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ । ୨ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆତଙ୍କୀ ଆକ୍ରମଣରେ ଜଣେ ଓଡିଆ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଜଣେ ନେଭି ଓ ଜଣେ ଗୁଇନ୍ଦା ଅଫିସର ରହିଛନ୍ତି । ୨୦ରୁ ଅଧିକ ଆହତ ପର୍ଯ୍ୟଟକ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କାରହିଛି। ମୃତକଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ଜଣେ ପର୍ୟ୍ୟଟକ ରହିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ପର୍ୟ୍ୟଟକ ମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ପୋଲିସ ଓ ସେନା ୟୁନିଫର୍ମରେ ଆସି ଗୁଳିବର୍ଷା କରିଥିଲେ। ବର୍ବର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା।
ଏହି ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ କାପୁରୁଷଙ୍କ କାମ ବୋଲି କହିଛନ୍ତି। ପହଲଗାଓଁରେ ପହଞ୍ଚିଛନ୍ତି ଓମାର ଅବଦୁଲ୍ଲା। ଆତଙ୍କବାଦୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ସହ ଆଲୋଚନା ପରେ ଶ୍ରୀନଗର ଗସ୍ତ କରି ସେଠାରେ ପହଞ୍ଚିଛନ୍ତି ଶାହ। ରାଜଭବନରେ ସୁରକ୍ଷା ଅଧିକାରୀଙ୍କ ସହ ସ୍ଥିତି ସଂପର୍କରେ ଆଲୋଚନା କରିବେ। ଆତଙ୍କବାଦୀଙ୍କୁ ନିପାତ କରିବାକୁ ସୁରକ୍ଷା କର୍ମୀମାନେ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସିଆରପିଏଫ ସହ ଅତିରିକ୍ତ କ୍ବିକ ଆକ୍ସନ ଟିମ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି।
ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







