ନୂଆଦିଲ୍ଲୀ : ‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହରଙ୍କର ସେ ଡାହାଣ ହାତ ଥିଲେ।
ପାକିସ୍ତାନୀ ଖବରକାଗଜ ମୁତାବକ, ପୋଲିସ କହିଛି ଯେ ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଶୁକ୍ରବାର ସକାଳେ ମାସ୍କ ପିନ୍ଧିଥିବା ଅଜଣା ଆକ୍ରମଣକାରୀମାନେ ଗୁଳି ମାରି ଆତଙ୍କବାଦୀ ଦାଉଦ ମଲିକଙ୍କୁ ହତ୍ୟା କରିଛନ୍ତି। ଉତ୍ତର ୱାଜିରିସ୍ତାନ ପାକିସ୍ତାନର ଏକ ଆଦିବାସୀ ଜିଲ୍ଲା, ଏଠାରେ ମିରାଲୀ ଅଞ୍ଚଳରେ ଦାଉଦଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଟାର୍ଗେଟ୍ କରାଯାଇ ଗୁଳି ଚଳାଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ମୁତାବକ, ଏକ ବ୍ୟସ୍ତବହୁଳ ବଜାରରେ ଦିନ ଦ୍ୱିପ୍ରହରରେ ଅଜଣା ଆକ୍ରମଣକାରୀ ଦାଉଦ ମଲିକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଥାଉ କି, ୨୦୨୩ରେ ଏ ପର୍ୟ୍ୟନ୍ତ ୪୧ଟି ଟାର୍ଗେଟେଡ୍ ଆକ୍ରମଣ କରାଯାଇଛି, ଯେଉଁଥିରେ ଅତି କମ୍ରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଦାଉଦ ମଲିକ ମୁସାକି ଗାଁର ବାସିନ୍ଦା ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆତଙ୍କବାଦୀ ଦାଉଦ ମଲିକଙ୍କୁ ପାକିସ୍ତାନରେ ହତ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











