ଆଠଗଡ : ଆଠଗଡ ବନଖଣ୍ଡରେ ଚାଲିଗଲା ଆଉ ଏକ ଦନ୍ତାର ଜୀବନ । କୁଲାଇଲୋ ପଡିଆରେ ପଡିଛି ଦନ୍ତା ହାତୀର ମୃତଦେହ । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନେ୍ଦହ । ତା ଶୁଣ୍ଢରେ ବିଦ୍ୟୁତ୍ ତାର ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି ।କ୍ରସର ପଡ଼ିଆ ଉପରେ ଦେଇ ଯାଇଛି ୩୩ କେଭିର ବିଦ୍ୟୁତ ତାର । ମାତ୍ର ଦଶଫୁଟ୍ ଉଚ୍ଚତାରେ ତାରଟି ଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବରପାଇ ଆଠଗଡ଼ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି ।
Views: 17