The Ultimate Managed Hosting Platform
ADVERTISEMENT

ଆଜି ହେଉଛି ହରିଶୟନ ଏକାଦଶୀ , ଜଗାକୁ ଲାଗିହେବ ଚୁଡାଘଷା

Facebook
Twitter
LinkedIn

ପୁରୀ : ଆଜି ହରିଶୟନ ଏକାଦଶୀ, ମୋ ଜଗା ଖାଇବ ଚୁଡାଘଷା । ରଥ ଯାତ୍ରା ଆସିଲେ ଲୋକରଣ୍ୟ ହୋଇ ଉଠେ ଶ୍ରୀକ୍ଷେତ୍ର। ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବଢିବା ଲାଗିଥାଏ । ତେବେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବଡ଼ ଦାଣ୍ଡ ରେ ମହାପ୍ରଭୁ ଙ୍କୁ ଚୁଡାଘଷା ଭୋଗ ଅର୍ପଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଲୀଳା କରୁଛନ୍ତି ମହାପ୍ରଭୁ । ଠାକୁର ରଥାରୁଢ ହେବା ପରେ ବଡ ଦାଣ୍ଡରେ ଲାଗିଛି ଗହଳି ଚହଳି । ଠାକୁରଙ୍କ ଦର୍ଶନ ସାଙ୍ଗକୁ ଭୋଗ ଟିକିଏ ପାଇବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହି ଥାଏ । ବାପା ଜେଜେ ଅମଳରୁ ପୁରୀ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଚୁଡାଘସା ଭୋଗ କରିଥାନ୍ତି । ବଡ ଦାଣ୍ଡରେ ଠାକୁରଙ୍କ ରଥ ପଛ ପଟେ ନଡ଼ିଆ ଗୁଡ ଚୁଡା ଗୁଜୁରାତି ଅଳେଇଚ କର୍ପୁର ଆଦି ବିକ୍ରି କରାଯାଉଥିବା ବେଳେ ଭକ୍ତମାନେ ଏଠାରୁ ଏହାକୁ କିଣି ଚୁଡା ଘଷିବା ସହିତ ପୂଜାର୍ଚ୍ଚନା କରିବା ପାଇଁ ଦେଇ ଥାନ୍ତି । ପୂଜା ପଣ୍ଡାଙ୍କ ଦ୍ୱାରା ପୂଜା କରାଯିବା ସହିତ ପ୍ରଭୁ ଙ୍କୁ ଚୁଡା ଘସା ଭୋଗ ଅର୍ପଣ କରା ଯାଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login