ଭୁବନେଶ୍ୱର : ଆଜି ବିଶ୍ୱ ହାସ୍ୟ ଦିବସ । ମନ ଖୋଲି ଟିକେ କହିବା ପାଇଁ ଆଜିର ଦିନ । ହେଲେ ଆଜିକାର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଖୋଲା ହସ ଟିକେ ହସିବାକୁ ଯେପରି ଭୁଲିଗଲୁଣି । କିନ୍ତୁ ଏହାକୁ ସ୍ମରଣ କରାଇଦେବାକୁ ପ୍ରତି ବର୍ଷ ମେ ମାସର ପ୍ରଥମ ରବିବାରରେ ଏହି ଦିବସକୁ ପାଳନ କରାଯାଉଛି ଏବଂ ଉଭୟ ମନ ଓ ଶରୀର ସୁସ୍ଥ ରଖିବା ପାଇଁ ହସିବାକୁ ପ୍ରୋତ୍ସାହିତ କରାଯାଉଛି । ହସିବାର ଅନେକ ଲାଭ ରହିଛି । ଯେଉଁଥି ପାଇଁ ମନ ଖୋଲା ହସଟିଏ ଆମର ନିହାତି ଆବଶ୍ୟକ । ଏହା ଆମ ଶରୀର ପାଇଁ ଔଷଧ ଭଳି କାମ କରେ । ହସ ମଣିଷର ମାନସିକ ଚାପକୁ ଲାଘବ କରେ । ମଣିଷ ଉଚ୍ଚ ରକ୍ତଚାପ ସମସ୍ୟାରୁ ଦୂରେଇ ରହେ । ସର୍ବୋପରି ହସିବା ଦ୍ୱାରା ମଣିଷ ମଧ୍ୟରେ ସକାରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ ।
ହେଲେ କ୍ଷୋଭର ବିଷୟ ଆଜିକାଲି ଏକ ଐଶ୍ୱର୍ୟ୍ୟମୟ ଜୀବନ ବଞ୍ଚିବା ଆଶାରେ ଜୀବନକୁ ବିଷାଦ ଆଡକୁ ଟାଣିନେଉଛନ୍ତି । ପ୍ରତିଯୋଗୀତା ମୂଳକ ସମାଜରେ ବଞ୍ଚିବାକୁ ସଂଘର୍ଷ କରିବା ଭିତରେ ମନଖୋଲା ହସ ହସିବା ଭୁଲିଗଲେଣି ଯୁବ ସମାଜ । ବିଶେଷ କରି ଏହାର ପ୍ରଭାବ ଭାରତୀୟ ଯୁବକ ସମାଜ ଉପରେ ଅଧିକ ପଡୁଥିବାର ଲକ୍ଷ୍ୟ କରାଯାଉଛି । ଆଜିକାର ଯୁବକ ଯୁବତୀ ନିଜ ପ୍ରିୟଜନଙ୍କ ସହ ସମୟ ବିତାଇ ହସିବାଠାରୁ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଥିବା ଲକ୍ଷ୍ୟ କରାଯାଉଛି । ଯାହା ପରୋକ୍ଷରେ ସେମାନଙ୍କ ପାଇଁ ମାନସିକ ବିଷାଦର କାରଣ ହେଉଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।ହେଲେ ଆମକୁ ବୁଝିବାକୁ ପଡିବ ହସ କେବଳ ଏକ ପ୍ରତିକ୍ରିୟା ନୁହେଁ ବରଂ ଏକ ଶାରିରୀକ ଓ ମାନସିକ ଯୋଗ । ବୈଜ୍ଞାନିକ ସମ୍ମତରେ ହସିବା ଦ୍ୱାରା ମୁହଁର କୋଷିକା ଗୁଡିକ ସକ୍ରିୟ ହୁଅନ୍ତି । ଫଳରେ ମୁହଁରେ ଏତେଶୀଘ୍ର କୁଞ୍ଚଞ୍ଚନ ସୃଷ୍ଟି ହୁଏ ନାହିଁ । ଏହାସହ ପେଟ, ଫୁସଫୁସ ଓ ଲିଭରର ମଧ୍ୟ ବ୍ୟାୟାମ ହୁଏ ।
ସମଗ୍ର ବିଶ୍ୱରେ ଏହି ଦିନକୁ ମେ ମାସର ପ୍ରଥମ ସୋମାବାରରେ ପାଳନ କରାଯାଉଛି । ଭାରତରେ ଏହି ଦିବସକୁ ପ୍ରଥମେ ମୁମ୍ବାଇରେ ୧୯୯୮ରେ ଆରମ୍ଭ କରାଯାଇଥିଲା । ସେହି ବର୍ଷଠୁ ଦେଶରେ ମଧ୍ୟ ଏହି ଦିବସକୁ ପାଳନ କରାଯାଉଛି । ଜାତିସଂଘର ‘ସଷ୍ଟେନେବେଲ ଡେଭଲପମେଣ୍ଟସଲ୍ୟୁସନ୍ ନେଟୱାର୍କ’ ଦ୍ୱାରା ଜାରି କରାଯାଇଥିବା ‘ୱାର୍ଲ୍ଡ ହାପିନେସ୍ ରିପୋର୍ଟ’ରେ ୨୦୨୩ ୧୩୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୫ରେ ରହିଛି । ଏହି ରିପୋର୍ଟ ଡାଟା ଆଧାରରେ ପ୍ରସ୍ତୁତ କରାଯାଏ । ଏଥିପାଇଁ ପ୍ରତି ଦେଶର ଲୋକଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରାଯାଏ । ଉତ୍ତର ଆଧାରରେ ହିଁ ‘ହାପିନେସ୍ ଇଣ୍ଡେକ୍ସ’ ପ୍ରସ୍ତୁତ କରାଯାଏ ।
ଆଜି ହେଉଛି ବିଶ୍ୱ ହାସ୍ୟ ଦିବସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











