The Ultimate Managed Hosting Platform
ADVERTISEMENT

ଆଜି ସୁନାବେଶ ; ମହଣ ମହଣ ସୁନା ପିନ୍ଧି ଦର୍ଶନ ଦେବେ ତିନି ଠାକୁର

Facebook
Twitter
LinkedIn

ପୁରୀ : ଜନ୍ମବେଦୀରେ ଲୀଳା ସାରି ଫେରିଲେ ମହାବାହୁ । ଗତକାଲି ବାହୁଡ଼ା ଯାତ୍ରାରେ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର । ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ । କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ହେଉଥିବା ବେଳେ । ମନ୍ଦିର ଭିତରେ ୩ ଥର ଏବ ମନ୍ଦିର ବାହାରେ ଥରୁଟିଏ ହୋଇଥାଏ । ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ବିଶ୍ୱାସ ଅଛି । ସେଇଥିପାଇଁ ଦର୍ଶନ କରିବାକୁ ବଡଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଥାଏ ।ଶ୍ରୀପୟର, କିରିଟ, ଶ୍ରୀଭୁଜ(ହାତ), ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ(କାନ ଫୁଲ), କମରପଟି, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକାରେ ସଜେଇ ହୁଅନ୍ତି ।ଆସନ୍ତାକାଲି ଅଧରପଣା ପରେ ମଙ୍ଗଳବାର ନୀଳାଦ୍ରିବିଜେ। ନୀଳକନ୍ଦରକୁ ଫେରିବେ ମହାବାହୁ । ସିଂହଦ୍ବାର ଆଗରେ ତିନିରଥ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login