The Ultimate Managed Hosting Platform
ADVERTISEMENT

ଆଜି ଶ୍ରୀଜିଉଙ୍କ ସୁନା ବେଶ

Facebook
Twitter
LinkedIn

ପୁରୀ : ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ସୁନା ବେଶରେ ସଜେଇ ହେବେ ତିନି ଠାକୁର । ମହଣ ମହଣ ସୁନା ଆଭୂଷଣରେ ସଜେଇ ହୋଇ ଦର୍ଶନ ଦେବେ । ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିବ ବଡଦାଣ୍ଡ ।
୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ଏହି ବେଶକୁ ବଡ଼ ତଡାଉ ବେଶ ମଧ୍ୟ କହାଯାଏ। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୂପା ଅଳଙ୍କାର। ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ।
ଆଜି ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୯୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login