The Ultimate Managed Hosting Platform
ADVERTISEMENT

ଆଜି ମା ତାରିଣୀଙ୍କୁ ଆଷାଢୀ ପର୍ବ

Facebook
Twitter
LinkedIn

କେନ୍ଦୁଝର : ଆଜି କେନ୍ଦୁଝର ଘଟଗାଁ ବାସିନୀ ମା ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମା ତାରିଣୀଙ୍କ ଉପବାସ । ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା ତାରିଣୀଙ୍କ ସ୍ୱତନ୍ତ୍ର ପୂଜା । ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା ତାରିଣୀଙ୍କ ସ୍ୱତନ୍ତ୍ର ପୂଜା । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନଡିଆ ରାଣୀ ମା ତାରିଣୀ । ଘଟଗାଁ ପୀଠରେ ଚଇତି ଓ ଆଷାଢୀ ଦୁଇଟି ସ୍ବତନ୍ତ୍ର ପର୍ବ । ଆଜି ଆଷାଢୀ ମାସ ଶେଷ ଗୁରୁବାର ମାଆଙ୍କ ଆଷାଢୀ ପର୍ବ । ଦିନ ତମାମ ମନ୍ଦିର ବନ୍ଦ ରହିଛି । ସନ୍ଧ୍ୟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ଜଗତ ଜନନୀ ମାଆ ତାରିଣୀଙ୍କ ଆଷାଢୀ ଦ୍ବିତୀୟ ମୁଖ୍ୟ ପର୍ବ । ଏହି ପର୍ବ ପାଇଁ ମନ୍ଦିର ବନ୍ଦ ରହିଛି । ରତିନୀତି ଅନୁସାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସରିବା ପରେ ରାତି ୭ଟାରେ ଦର୍ଶନ ଦେବେ ଘଟଗାଁ ରାଣୀ । ଏହି ପର୍ବକୁ ଯନ୍ତାଳ ପର୍ବ ବୋଲି ମଧ୍ୟ କୁହାଯାଏ । ଆଜି ଆଷାଢ଼ୀ ପର୍ବ ପାଇଁ ଦିନ ତମାମ ମନ୍ଦିର ବନ୍ଦ ରହିବ ସନ୍ଧ୍ୟା ୭ ଘଟିକାରେ ଖୋଲାଯାଇ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇ ରାତ୍ର ୧୦ ଘଟିକାରେ ମନ୍ଦିର ବନ୍ଦ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login