ଭୁବନେଶ୍ୱର: ଆଜି ମାଙ୍କର ସପ୍ତମୀ ପୂଜା । ଧରାପୃଷ୍ଠକୁ ଓହ୍ଲାଇଆସିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଘଣ୍ଟ ଘଣ୍ଟା ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ଚର୍ତୁଦିଗ ପ୍ରକମ୍ପିତ । ମାଆ ଜଗଜ୍ଜନନୀ, ଦୁର୍ଗେ ଦୁର୍ଗତିନାଶିନୀ, କାତ୍ୟାୟିନୀ, ମହିଷାମର୍ଦ୍ଦିନୀଙ୍କ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଲଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜା ଆରମ୍ଭ ହେବ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ଚାରିଆଡ଼ । ରଙ୍ଗୀନ, ଚିକମିକ ଆଲୁଅ ଓ ସୁଉଚ୍ଚ ତୋରଣରେ ଆଖି ଲାଖି ଯାଉଛି । ଆଜି ମହାମାୟାଙ୍କ ମହାସପ୍ତମୀ । ରବିବାର ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ରହିଛି ।ସୋମବାର ମାଙ୍କର ନବମୀ ପୂଜାହେବାକୁ ଥିବା ବେଳେ ମଙ୍ଗଳବାର ହେଉଛି ଦଶହାର ।
ଆଜି ମା’ଙ୍କର ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...