ନୂଆଦିଲ୍ଲୀ : ଆଜି ଏସିଆ କପ କ୍ରିକେଟରେ ଭାରତ-ବାଂଲାଦେଶ ଟକ୍କର । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ୨ ଦଳ । ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ବାଂଲାଦେଶକୁ ଭେଟିବ ଭାରତ । ଉଭୟ ଟିମ୍ ସୁପର-୪ ରାଉଣ୍ଡରେ ପ୍ରଥମ ମ୍ୟାଚ ଜିତିଛନ୍ତି । ତେଣୁ ଆଜି ଯିଏ ଜିତିବ ଫାଇନାଲକୁ ଯିବା ପ୍ରାୟ ନିଶ୍ଚିତ । ତେଣୁ ଆଜିର ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ । ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ୟ୍ୟନ୍ତ ଭାରତ ଅପରାଜିତ ଥିବାବେଳେ ବାଂଲାଦେଶ କେବଳ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାଠୁ ହାରିଥିଲା । ତେଣୁ ଆଜିର ମ୍ୟାଚକୁ ନେଇ ଉଭୟ ଦଳର ମନୋବଳ ଦୃଢ ରହିଛି । ବାଂଲାଦେଶ ବିପକ୍ଷରେ ଭାରତ ୧୭ଟି ଟି-୨୦ ଖେଳିଛି ଓ ଏଥିରୁ ୧୬ଟି ମ୍ୟାଚ ଜିତିଛି । ୨୦୧୯ରେ ବାଂଲଦେଶ ଏକମାତ୍ର ବିଜୟ ହାସଲ କରିଥିଲା । ତେଣୁ ଭାରତକୁ ହରାଇବା ବାଂଲାଦେଶ ପାଇଁ ସହଜ ହେବ ନାହିଁ । ଏଥିରେ ବାଂଲାଦେଶ ମାତ୍ର ଥରେ ବିଜୟୀ ହୋଇଛି । ରେକର୍ଡ ଦୃଷ୍ଟିକୋଣରୁ ବାଂଲାଦେଶ ବିପକ୍ଷରେ ସବୁବେଳେ ଭାରତର ପଲ୍ଲା ଭାରି ରହିଛି । ଏବେ ପୁରା ଫର୍ମରେ ଅଛନ୍ତି ଓପନର୍ ଅଭିଷେକ ଶର୍ମା । ଆଜି ଅଭିଷେକ ଓ ଶୁବମନଙ୍କୁ ବ୍ୟାଟରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍ସ ।
ଆଜି ଭାରତ-ବାଂଲାଦେଶ ଟକ୍କର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











