ବିଶ୍ୱକପ -୨୦୨୩: ଆଜି ବାଂଲାଦେଶକୁ ଭେଟିବ ଭାରତ । ମହାରାଷ୍ଟ୍ର ପୁଣେରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଲଗାତାର ଚତୁର୍ଥ ବିଜୟ ଲକ୍ଷ୍ୟରେ ଭାରତ । ୨୫ ବର୍ଷ ପରେ ଭାରତରେ ଭାରତ ବିପକ୍ଷରେ ଦିନିକିଆ ଖେଳବ ବାଂଲାଦେଶ । ପୁଣେରେ ଦିନ ୨ଟାରେ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ବକପରେ ଏଯାଏ ଭାରତ ଅପରାଜିତ ରହିଛି । ୩ଟି ମ୍ୟାଚ ଖେଳି ବିଜୟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ବାଂଲାଦେଶ ୩ଟିରୁ ଗୋଟିଏ ମ୍ୟାଚ ଜିତିଛି । ଆଜି ଭାରତ ମ୍ୟାଚ ଜିତି ଅପରାଜେୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ ।
Views: 108











