ବିଶ୍ୱକପ କ୍ରିକେଟ : ଆଜି ଭାରତ-ନ୍ୟୁଜଲାଣ୍ଡ ମୁକାବିଲା । ଧର୍ମଶାଳାରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ପାଣ୍ଡ୍ୟା ଖେଳିବେନି , ସାମି କିମ୍ବା ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ । ଅପରାଜେୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଟିମ୍ । ମ୍ୟାଚ ଜିତି ଶୀର୍ଷ ତାଲିକାରେ ରହିବାକୁ ହେବ ଟକ୍କର । ବର୍ତ୍ତମାନ ସୁଦ୍ଧା ଉଭୟ ଟିମ୍ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛନ୍ତି ।
ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ୧୧୬ ଥର ମୁହାଁମୁହିଁ ହୋଇଛନ୍ତି । ୫୮ ଥର ଭାରତ ଜିତିଥିବା ବେଳେ ୫୦ ଥର ଜିତିଛି ନ୍ୟୁଜିଲାଣ୍ଡ । ଗୋଟିଏ ମ୍ୟାଚ ଟାଇ ହୋଇଥିବା ବେଳେ ୭ଟି ମ୍ୟାଚର ଫଳାଫଳ ଟାଇ ରହିଛି । ଉଭୟ ଦେଶ ବିଶ୍ବକପରେ ୮ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୩ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରେ ବାଜିମାତ କରିଛି । ଦିନିକିଆ ବିଶ୍ବକପ ୨୦୦୩ ପରଠାରୁ ଭାରତ ବିପକ୍ଷରେ କିୱି ଟିମ ଅପରାଜୟ ରହିଛି । ଅର୍ଥାତ ୨୦ ବର୍ଷ ହେଲା ଭାରତ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ହାରି ଆସୁଛି ।
Views: 99