ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’ । ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ । ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍ସ ଅଫ୍ ରହିବ । ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘Invest on Our planet’ । ଆଜିର ଦିନରେ ଅର୍ଥାତ୍ ୨୫ – ୦୩ -୨୩ ତାରିଖ ରାତି ” ୮.୩୦ ଘଣ୍ଟା ରୁ ୯.୩୦ ପର୍ୟ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଫେନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା। ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ। ଏହି ଆର୍ଥ ଆୱାର ପାଳନ କରିବା ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ମାନବିକତା ଉପରେ ନିର୍ଭର କରିଥାଏ। କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” – ଏହାର ଭାବନା ରଖି ଏହାକୁ ପାଳନ କରାଯିବାର ଗୁରୁତ୍ବ ବହନ କରେ। ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ‘ଆର୍ଥ ଆୱାର୍’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ।
ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











