The Ultimate Managed Hosting Platform
ADVERTISEMENT

ଆଜି ପାକିସ୍ତାନ ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

 ପଡୋଶୀ ପାକିସ୍ତାନରେ ଥମିପାରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ସଂକଟ । ଆଜି ସଂସଦରେ ନିର୍ବାଚିତ ହେବେ ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଚୟନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇଛି । ସଂଯୁକ୍ତ ବିରୋଧୀ ଦଳ ପକ୍ଷରୁ ପିଏମ୍ଏଲ୍-ଏନ୍ ନେତା ଶାହବାଜ ସରିଫ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହା ମେହମୁଦ କ୍ୟୁରେସୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଆଜି ଅପରାହ୍ଣ ୨ଟାରେ ସଂସଦର ଅଧିବେଶନ ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଭୋଟିଂ କରାଯିବ । ତେବେ ବିରୋଧୀ ଦଳ ପାଖରେ ସାଂସଦଙ୍କ ସଂଖ୍ୟା ବଳ ଥିବାରୁ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେପଟେ ସତା ପରିବର୍ତନକୁ ନେଇ ମିଳିତ ବିରୋଧୀ ଦଳଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଟୁଇଟରେ ସେ ଲେଖିଛନ୍ତି ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହେଲା । କିନ୍ତୁ ଦେଶରେ କ୍ଷମତା ପରିବର୍ତ୍ତନ ପାଇଁ ବିଦେଶୀ ଷଡଯନ୍ତ୍ର ବିରୋଧରେ ଆଉ ଏକ ସ୍ୱାଧିନତା ସଂଗ୍ରାମ ଆରମ୍ଭ ହେଲା । ପାକିସ୍ତାନର ଜନତା ଦେଶର ସାର୍ବଭୌମତ୍ୱ ଓ ଗଣତନ୍ତ୍ରକୁ ବଂଚାଇବା ପାଇଁ ସବୁ ବେଳେ ଆଗକୁ ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆଗେଇ ଆସିବେ ।

ସେପଟେ ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟିର ସମସ୍ତ ସାଂସଦ ସାମୁହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ଶପଥ ନେବା ପରେ ସାମୁହିକ ଇସ୍ତଫା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି, ପିଟିଆଇ ନେତା ଫବାଦ ଚୌଧୁରୀ । ଏହାରି ଭିତରେ ଇମ୍ରାନ୍ ଖାନଙ୍କ ସମେତ ତାଙ୍କ ସରକାରର ମନ୍ତ୍ରୀମାନଙ୍କୁ ଏକଜିଟ୍ କଂଟ୍ରୋଲ ତାଲିକାରେ ରଖିବା ନେଇ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ଇସ୍ଲାମାବାଦ ହାଇକୋର୍ଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login