The Ultimate Managed Hosting Platform
ADVERTISEMENT

ଆଜି ଦୀପାବଳି ; ଆରଡି ଆଖଣ୍ଡଳମଣିରେ ମନ୍ଦିରରେ ଉଠିବ ମହାଦୀପ

Facebook
Twitter
LinkedIn

ଚାନ୍ଦବାଲି : ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ । ମାସ ତମାମ ପଞ୍ଚାନନ ବେଶରେ ଦର୍ଶନ ଦେବେ ବାବାମଣି । ଧର୍ମ ଓ ବ୍ରତର ମାସ କାର୍ତ୍ତିକ ମାସ । ଆଉ ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ସୋମବାର ଓ ଦୀପାବଳି ଅମାବାସ୍ୟା ହୋଇଥିବାରୁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଲାଣି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ । କାର୍ତ୍ତିକ ମାସ ହୋଇଥିବାରୁ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ପୀଠରେ । ଭକ୍ତମାନେ ବାବାଙ୍କ ଦର୍ଶନ କରିବା ସହ ନିଜ ନିଜର ମାନସିକ ଭୋଗ ଲାଗି କରୁଛନ୍ତି । କାର୍ତ୍ତିକ ମାସ ତମାମ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମାସ ତମାମ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବାବାମଣି । ଆଜି ଦୀପାବଳି ଅମାବାସ୍ୟା ହୋଇଥିବାରୁ ପୁରାତନ ପରମ୍ପରା ଅନୁସାରେ ଆଜି ରାତ୍ର ନଅ ଘଟିକାରେ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ । ଯାହାକି ବର୍ଷ ର ଦୁଇ ଥର ମହାଦୀପ ଉଠିଥାଏ ଆରଡ଼ି ଆଖଣ୍ଡଳମଣି ପୀଠରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login