The Ultimate Managed Hosting Platform
ADVERTISEMENT

ଆଜି ଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ।

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏପ୍ରିଲ୍ ୬ ତାରିଖ ଯାଏ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ପ୍ରଥମ ପର‌୍ୟ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏ ହେବ। ଦ୍ବିତୀୟ ପର୍ଯ୍ୟାୟ ୧୦ ତାରିଖରୁ ହେବ ଆରମ୍ଭ। ଅଧିବେଶନରେ ମୋଟ୍ ୨୭ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ଗତ ସପ୍ତାହରେ ଏହି ବଜେଟ୍ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ର ଅନୁମୋଦନ ପାଇସାରିଛି।

ଅପରପକ୍ଷେ ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ, ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ରଣନୀତି ନିର୍ଧାରଣ ହୋଇଛି।
ତେବେ ଆରମ୍ଭରୁ ବିଜେପି ଗୃହ ଭିତରେ ଆକ୍ରମଣାତ୍ମକ ଭୂମିକା ନେବାକୁ ନେଇଛି ନିଷ୍ପତି । ଆଜି ଦଳର ରାଜ୍ୟ କାର‌୍ୟ୍ୟାଳୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଶାସକ ଦଳକୁ ଘେରିବାକୁ ରଖିଛି ଯୋଜନା ।

ଦଳର ରାଜ୍ୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଗସ୍ତରେ ଆସିଥିଲା ବେଳେ ବିରୋଧୀ ଦଳ ନେତାଙ୍କ ବାସଭବନରେ ଦଳର ସମସ୍ତ ବିଧାୟକ ତାଙ୍କୁ ଭେଟି ଦଳର କାର୍ଯ୍ୟ ପନ୍ଥା କରିଥିଲେ ଆଲୋଚନା ।
ବ୍ୟୁରୋ ରପୋର୍ଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login