The Ultimate Managed Hosting Platform
ADVERTISEMENT

ଆଜି କୋଭିଡ ସମୀକ୍ଷା ବୈଠକ

Facebook
Twitter
LinkedIn

ଭୁବନେଶ୍ୱର : ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଉଚ୍ଚ ସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଭିଡିଓ କନଫରେନ୍ସ ଜରିଆରେ କରିବେ ସ୍ଥିତିର ସମୀକ୍ଷା । ବୈଠକରେ ଯୋଗଦେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ । କେରଳରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ସମୀକ୍ଷା ବୈଠକ । କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରିଛନ୍ତି।
ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ। ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେମିତି ଟେଷ୍ଟ କରାଯିବ। ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଜିନୋମ ସିକ୍ୱେନ୍ସ ପାଇଁ ପଠାଯିବ।
ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ଗୁରୁତର ହେବାର କୌଣସି ସୂଚନା ନାହିଁ। ତଥାପି ସର୍ଭେଲାନ୍ସ ଜାରି ରହିଛି। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି। ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସ୍ୱାସ୍ଥ୍ୟ ବିଭାଗ କରିଛି । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ କୋଭିଡ୍ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login