The Ultimate Managed Hosting Platform
ADVERTISEMENT

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ 

Facebook
Twitter
LinkedIn

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ୨୪ ଲଢ଼େଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର, କର୍ମୀଙ୍କ ମଧ୍ୟରେ ଭରିବେ ଯୋଶ୍ । ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷ୍ୟରେ ରହିଛି ବିଜେପି । ଉଭୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବାକୁ ଚାଲିଛି ଅଭିଯାନ । ଏଥିପାଇଁ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ଏଠି ପ୍ରଶ୍ନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓଡ଼ିଶା ଗସ୍ତ କାଳରେ ଦଳର ନେତା ଓ କର୍ମୀଙ୍କ କାନରେ କି ମନ୍ତ୍ର ଫୁଙ୍କିବେ ? ସୂଚନା ଅନୁସାରେ ନଡ୍ଡାଙ୍କ ଫୋକସରେ ରହିଛି ବୁଥ୍ ଶକ୍ତି କେନ୍ଦ୍ର ମଜବୁତ । ତାସହ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରି ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା ଓ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ।

ତେବେ ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ଯେଉଁଭଳି ଭାବେ ବିଜେଡି ସରକାରକୁ ଡୁପ୍ଲିକେଟ୍ ସରକାର କହି ବର୍ଷି ଥିଲେ, ଏଥର ଆଭିମୁଖ୍ୟ ସେଭଳି ରହିବ ନା ଆହୁରି କଡ଼ା ହେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login