The Ultimate Managed Hosting Platform
ADVERTISEMENT

ଆଜି ଉତ୍କଳ ଦିବସ , ପ୍ରତ୍ୟେକ ଓଡିଆ ପାଇଁ ଆଜି ସ୍ୱର୍ଣ୍ଣିମ ଦିନ

Facebook
Twitter
LinkedIn

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ । ୮୮ତମ ଉତ୍କଳ ଦିବସ ପାଳନ କରୁଛନ୍ତି ଓଡ଼ିଶା ବାସୀ । ଆଜିର ଦିନରେ ଆମେ ପାଇଥିଲେ ସ୍ୱତନ୍ତ୍ର । ଗର୍ବ ଗୈାରବରେ ଆଜି ବି ଆମ ଛାତି ଫୁଲି ଉଠେ । ୧୯୩୬ ମସିହା ଏପ୍ରିଲ ୧ ତାରିଖ । ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଏହା ପୂର୍ବରୁ ଖଣ୍ଡ ବିଖଣ୍ଡିତ ହୋଇ ବିକ୍ଷିପ୍ତ ଅବସ୍ଥାରେ ଥିବା ଓଡ଼ିଶା ଏହାର ପରିଚୟ ସମ୍ପୂର୍ଣ୍ଣ ହରାଇବାକୁ ବସିଥିଲା । ୧୫୬୮ ବେଳକୁ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବ ଯୁଦ୍ଧରେ ପରାସ୍ତ ହେବା ସହିତ ଅସ୍ତମିତ ହୋଇଥିଲା ସ୍ବାଧୀନ ଓଡ଼ିଶାର ସୂର୍ୟ୍ୟ । ୧୮୦୩ରେ ଓଡ଼ିଶା ଦଖଲ କରିଥିଲେ ଇଂରେଜ । ସ୍ବାଧୀନ ଓଡ଼ିଶାର ସୂର୍ୟ୍ୟୋଦୟର ସମ୍ଭାବନା ସୃଷ୍ଟି କରିଥିଲେ ମାଟିମାତୃକାର ସୁଯୋଗ୍ୟ ସନ୍ତାନ । ସେମାନଙ୍କ ଅବିରତ ନିଷ୍ଠାପର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ପର୍ବର ପୂର୍ଣ୍ଣାହୂତି ହୋଇଥିଲା ୧୯୩୬ ଏପ୍ରିଲ ୧ରେ । ଏହି ଦିନ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଅନୁମୋଦନ ଦେଇଥିଲା ବ୍ରିଟିଶ ସରକାର । ସେହି ଦିନଠାରୁ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ଅବିହିତ କରାଯାଇଛି । ସାଧାରଣ ଓଡିଆ ବି ଆଜିର ଦିନକୁ କେବେ ବି ଭୁଲି ପାରିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login