ମେଷ:- ଆଜି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ସଫଳ ପାଇବେ । ଯଦି କୌଣସି ନୂଆ କାମ କରିବାକୁ ଚାହୁଁଛନ୍ତି ତେବେ ବରିଷ୍ଟ ମାନଙ୍କ ପରାମର୍ଶ କରି କରନ୍ତୁ । ଆପଣ ଚାକିରିଆ ବ୍ୟକ୍ତି ହୋଇଥିଲେ କଥାବାର୍ତ୍ତା ସମୟରେ ସଂଜମତା ରକ୍ଷା କରନ୍ତୁ ନହେଲେ ଆପଣଙ୍କ ପାଇଁ ଅସୁବିଧା ଉପୁଜିପାରେ । ।
ବୃଷ:- ଆଜି ଯେକୌଣସି କାମ କରିବାକୁ ଚାହିଁବେ ତାହା ମନଦେଇ କଲେ ସଫଳତା ମିଳିବ । ଜୀବନସାଥୀଙ୍କ କଥା ବୁଝିବାକୁ ଚେଷ୍ଟା କରିବେ । ବିଦ୍ୟାର୍ଥୀ ମାନେ କୌଣସି ପ୍ରତିଯୋଗୀତା ମୂଳକ ପରିକ୍ଷା ପାଇଁ ନାମାଙ୍କନ ଭରିବାର ରହିଛି ଯୋଗ ।
ମିଥୁନ:- ଆପଣଙ୍କର ଆର୍ଥୀକ ସ୍ଥିତି ସୁଦୃଢ ରହିବା ସହ ମନ ପ୍ରଫୁଲିତ ରହିବ । ନୀତି ଦିନିଆ କାମ ସହଜରେ ପୁରା ହୋଇଯିବ । ଆଜି ଆପଣ ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବା ସହ ଭଲ ଉପଦେଶ ମଧ୍ୟ ଦେବେ ।
କର୍କଟ:- କାର୍ଯ୍ୟ କ୍ଷେତ୍ରରେ ଧନ ଲାଭର ଯୋଗ ରହିଛି । ନୂଆ କିଛି କରିବାକୁ ମନ ମଧ୍ୟରେ ଚିନ୍ତା କରିବେ । ଯଦି ଆପଣ ସଂଗୀତ କ୍ଷେତ୍ରରେ ଅଛନ୍ତି ତେବେ ଆଜି ଆପଣ ଭଲ ସୁଯୋଗ ପାଇବେ । ଆପଣ କରିଆସୁଥିବା ଉଦ୍ୟମରେ ଆଜି ସଫଳ ହେବେ ।
ସିଂହ:- ଆଜି ଆପଣଙ୍କ ଜୀବନ ସାଥୀଙ୍କ ପାଇଁ ଆଗକୁ ବଢିବାରେ ଯୋଗ ରହିଛି । ନୂଆ କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା ପ୍ରକଟ କରିବେ । ଆଫଣ ଯଦି ଅଫିସରେ କାର୍ଯ୍ୟରତ ଅଛନ୍ତି ତେବେ ଅଫିସ କାର୍ଯ୍ୟ କରିବା ସମୟରେ ମନକୁ ବିଭିନ୍ନ ଯୋଜନା ଆସିବ ।
କନ୍ୟା:- ଆପଣ ଯଦି ପୂର୍ବରୁ କୌଣସି ବ୍ୟବସାୟ ଭିତ୍ତିକ ଚୁକ୍ତି କରିଛନ୍ତି ତହିଁରୁ ଅଚାନକ ଲାଭ ପ୬ାପ୍ତିର ଯୋଗ ରହିଛି । କୌଣସି ସାମାଜିକ ସଂସ୍ଥାର କାର୍ଯ୍ୟରେ ଆପଣଙ୍କ ଆଜି ସହଯୋଗ ରହିବ । ଘରୋଇ ଦାୟୀତ୍ୱ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବେ ।
ତୁଳା:- ଯଦି ଆପଣ ଆଜି କୌଣସି ବ୍ୟବସାୟରେ ଚିକ୍ତି କରିବାକୁ ଯାଉଛନ୍ତି ତେବେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବାର ଆବଶ୍ୟକ ରହିଛି । ସରକାରୀ କାମ ପୁରା କରିବାରେ ସମୟ ଲାଗିପାରେ । ପ୍ରେମିକ ପ୍ରେମିକାଙ୍କ ପାଇଁ ଆଜି ଦିନଟି ଶୁଭ ରହିବ ।
ବିଛା- ଆଜି ଯେଉଁ କାମ ଆରମ୍ଭ କରିବାକୁ ଚାହିଁବେ ସେଥିରେ ସଫଳତା ମିଳିବ । ବଡ କମ୍ପାନୀରୁ ଚାକିରୀ ପାଇଁ ଡାକରା ଆସିବ । ବିଜ୍ଞାନ ଛାତ୍ରଙ୍କ ପାଇଁ ଦିନଟି ଶୁଭ ରହିବ । ଆଜି ଅଚାନକ ଧନ ଲାଭର ଯୋଗ ରହିଛି ।
ଧନୁ:- ଲୋକ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ମାନସମ୍ମାନ ପାଇବେ । କେହି ।ାପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି ।
ମକର:- ଆଜି ଆପଣଙ୍କ ବ୍ୟବହାର ଦ୍ୱାରା ଲୋକମାନେ ପ୍ରଭାବିତ ହେବେ । ବନ୍ଧୁ ସହ ସମ୍ବନ୍ଧ ପୂର୍ବାପେକ୍ଷା ଭଲ ରହିବ । ଚାକିରୀ ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ ।
କୁମ୍ଭ:- ସାମାଜିକ ଗଣମାଧ୍ୟମରେ ଯାହାକୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘଦିନ ଧରିବ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ ।
ମୀନ:- ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ଲାଭର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ ।
ଆଜି ଆପଣଙ୍କ ରାଶିରେ (ତା.୧୯-୦୩-୨୦୨୩ ରିଖ ରବିବାର)
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











