The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୧୭-୦୪-୨୦୨୩ ରିଖ ସୋମବାର)

Facebook
Twitter
LinkedIn

ମେଷ:ତୃତୀୟସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁରୂପେ କରିପାରିବେ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଅଫିସ୍‌ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ ।

ବୃଷ:ରାଶ୍ୟାଧିପଙ୍କ ହେତୁ ସ୍ବାସ୍ଥ୍ୟ ଭଲ ରହିବ। ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳ ହେବେ । ନିଜ କାମ ପଛକୁ ପକାଇ ପଡୋଶୀଙ୍କ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଘର ତିଆରି, ଯାନ ମରାମତି, ଦୋକାନର ଉନ୍ନତୀକରଣ ଓ ସଭା ସମିତରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ।

ମିଥୁନ:ଆଜି ଗୃହୋପଯୋଗୀ ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ପରିବାର କିମ୍ବା ବନ୍ଧୁଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇ ନ ପାରେ। ମାଙ୍ଗଳିକ କାମ ପାଇଁ ଆଲୋଚନା କରିବା ମନ୍ଦ ହେବନି । ବନ୍ଧୁଙ୍କ ଘରୋଇ ବ୍ୟାପାରରେ ମତ ମନ୍ତବ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ ।

କର୍କଟ:ଶନି ସହ ଚନ୍ଦ୍ର ସଂଯୋଗ କାରଣରୁ ମାନସିକ ଅସ୍ଥିରତା ସାଙ୍ଗକୁ ବନ୍ଧୁବର୍ଗଙ୍କ ସମାଲୋଚନା କାରଣରୁ ଶାନ୍ତି ଭଗ୍ନ ହୋଇପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ନ ରହିଲେ ସମସ୍ୟାର ଆଶଙ୍କାକୁ ଏଡି ହେବନାହିଁ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଶୁଭ ସୂଚନା ପାଇବେ ।

ସି˚ହ:ଚତୁର୍ଥାଧିପ ସ୍ବରାଶିରୁ ଅଷ୍ଟମସ୍ଥ ଯୋଗୁ ଅଶ୍ୱସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହୋଇପାରେ। ବାଣିଜ୍ୟ, ପରିବହନ, ଜମିଜମା, ନିର୍ମାଣ କ୍ଷେତ୍ରରୁ ଲାଭ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ଦାୟିତ୍ୱ ନେଇଥିବା କାମରେ ହେଳା କରିବେ ନାହିଁ ।

କନ୍ୟା:କେତୁଙ୍କ କୁପ୍ରଭାବରୁ ଆଜି ଯାହା ଚାହୁଁଛନ୍ତି ତାହା କଷ୍ଟ ସ୍ବୀକାର ପରେ ପାଇବେ। ଆପଣଙ୍କ ଦ୍ୱାରା କିଛି ଫାଇଦା ହାସଲ କରିବା ମାନସରେ ଶତ୍ରୁତା କରୁଥିବା ଲୋକ ମଧ୍ୟ ମିତ୍ର ସାଜିବାକୁ ଚେଷ୍ଟିତ ହେବେ। ରାଜନୀତି, ସଂଗଠନ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଆଇନ କ୍ଷେତ୍ରରେ ଇଚ୍ଛିତ ଫଳ ପାଇବେ।

ତୁଳା:ବିଶାଖା ନକ୍ଷତ୍ର ଜୀବନଚର୍ଯ୍ୟାରେ ଅସଂଗତି ଦୂର କରିବା ସକାଶେ ମନକୁ ଦୃଢ କରିବେ । ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ବାକ୍‌ଯୁଦ୍ଧ ଲାଗି ଯାଇପାରେ। ସାହିତ୍ୟ ଚର୍ଚ୍ଚା, ଲେଖା ପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।

ବିଛା:ବାଧକଗ୍ରହ ଯୁକ୍ତ ଚନ୍ଦ୍ରଜନିତ ଅନାଗତ ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ପୁନର୍ବିଚାର ବିନା କୈାଣସି ପଦକ୍ଷେପ ନେବା ଠିକ୍‌ ହେବନି । ବାଣିଜ୍ୟ, ଆମଦାନୀ, ପରିବହନ ପାଇଁ ଅସୁବିଧା ହେବ ନାହିଁ । ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇଲେ ମଧ୍ୟ ସୁଧାରି ନେବାର ପ୍ରଯନତ୍ କରିବେ ।

ଧନୁ:ବାଣୀକାରକଜନିତ ବାକ୍‌ ସଂଯମତାର ଅଭାବ ବିଭିନ୍ନ ସମସ୍ୟାକୁ ଜନ୍ମ ଦେଇପାରେ । ଆତ୍ମୀୟ ରୋଷ ଲାଗି କାମରେ ସହଯୋଗ ପାଇବା କଷ୍ଟକର ହେବ । ଅଭାବନୀୟ ପରିବେଶରେ, ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ । ପରିବାରରେ ନିଜ ମନୋଭାବକୁ ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ।

ମକର:କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ହିତୈଷୀଙ୍କ ପରାମର୍ଶ କ୍ରମେ ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ହେବ । ଆଇନ, ଅଦାଲତ, ଗବେଷଣା, ଅନୁସନ୍ଧାନ ଏବଂ ରଚନାମତ୍କ କାମରୁ ସୁଫଳ ପାଇବେ। ଧନ ହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡି ହେବ ନାହିଁ ।

କୁମ୍ଭ:ଆଜି ଅନ୍ତହୀନ ଦୁର୍ଭାବନା ଆପଣଙ୍କ ଭାବ ଓ ଭାଷାକୁ ଅନୁଚିତ କ୍ରିୟାଶୀଳ କରାଇପାରେ। କେତେକ ଅତୀତ କାର୍ଯ୍ୟାବଳୀ ସକାଶେ ଅନୁତାପ ପାଇଁ ସମୟ ପାଇବେ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, ଋଣ ପରିଶୋଧ କରିବାରେ ପଛେଇ ଯିବେ। ପ୍ରେସ୍‌, ପବ୍ଲ୍ଳିକେଶନ, ଜମିଜମା, ବାଣିଜ୍ୟ ଏବଂ ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ ।

ମୀନ:କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ସାଙ୍ଗକୁ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। ଦୈନନ୍ଦିନ ବ୍ୟବସାୟିକ ସଂସ୍ଥା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ସଭାସମିତିରେ, ଆଲୋଚନାରେ, ତର୍କ ବିତର୍କରେ ସଫଳତା ହାସଲ କରିବେ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login