ଭୁବନେଶ୍ୱର : ଆଜି ଅପରାହ୍ନରେ ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ମନ୍ତ୍ରୀ ପରିଷଦ ସଭ୍ୟ ଓ ବିଭାଗୀୟ ସଚିବ ରହିବେ । ବିଭିନ୍ନ ବିଭାଗର ପ୍ରସ୍ତାବରେ ବାଜିପାରେ କ୍ୟାବିନେଟ ମୋହର । ସୂଚନା ଅନୁସାରେ ଜାନୁୟାରୀ ୨୨ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ୧୦ ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା, ଆଇନ, ଶକ୍ତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଅର୍ଥ, କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଥିଲା ।ଆସନ୍ତା ୧୩ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ସମେତ ବିଧାନସଭାରେ ଆଗତ ହେବାକୁ ଥିବା ବିଭିନ୍ନ ବିଲକୁ କ୍ୟାବିନେଟରେ ଉପସ୍ଥାପନ କରାଯାଇପାରେ ।
Views: 81











