ଭୁବନେଶ୍ୱର : ଆଜିଠୁ ୪ ଦିନ କମିବ ଶୀତ । ୪ ଦି ଯାଏଁ ୨ରୁ ୪ ଡିଗ୍ରୀ ବଢିବ ରାଜ୍ୟର ତାପମାତ୍ରା । ଆଜିଠାରୁ ରାଜ୍ୟରେ ଶୀତ ହାଲୁକା କମିବା ଆରମ୍ଭ ହେବା ସମ୍ଭାବନା ରହିଛି । ରାତିର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ମଧ୍ୟରେ ରହିବା ଆଶଙ୍କା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ତେବେ କିଛି ସ୍ଥାନରେ ଘନ କୁହୁଡ଼ି ହେବ । ସେଥିପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ହେଉଛି ସାର ଓଡ଼ିଶା । ଗତକାଲି ୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା ।
Views: 30











