ନୂଆଦିଲ୍ଲୀ : ସନି ଦେଓଲ୍ ଓ ଅମିଷା ପଟେଲ୍ ଷ୍ଟାରର୍ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛନ୍ତି। ଅନିଲ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୫ରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ଦେଖାଯିବ। ରିଲିଜ୍ର ଦୁଇ ସପ୍ତାହ ଭିତରେ ହିଁ ‘ଗଦର ୨’ ୪୦୦ କୋଟିରୁ ଅଧିକ ଟଙ୍କାର ଆୟ କରିସାରିଲାଣି। ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି। ଏ ନେଇ ଫିଲ୍ମ ନିର୍ମାତା କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। କହି ରଖୁଛୁ କି, ତିନି ଦିନ ପର୍ୟ୍ୟନ୍ତ ପୂର୍ବାହ୍ନ ୧୧ଟାରେ ‘ଗଦର ୨’ର ସ୍କ୍ରିନିଂ ହେବ। ତେବେ ଏହି ସମୟରେ ଫିଲ୍ମର କାଷ୍ଟ୍ମାନଙ୍କ ମଧ୍ୟରୁ କେହି ବି ଭବନରେ ଉପସ୍ଥିତ ରହିବେ ନାହିଁ। ଏହି ଫିଲ୍ମ ‘ପଠାନ୍’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍ ସିନେମା ହୋଇଛି। ‘ଗଦର ୨’ ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍ କଥା’ର ସ୍ୱୀକେଲ୍। ପ୍ରଥମ ଭାଗ ଭଳି ଦର୍ଶକମାନେ ଦ୍ୱିତୀୟ ଭାଗକୁ ମଧ୍ୟ ବେଶ୍ ଭଲପାଇବା ଦେଇଛନ୍ତି।
Views: 113











