ପୁରୀ : ପୁଣି ଥରେ ଆରମ୍ବ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ଆଜିଠାରୁ ପୁଣି ଆରମ୍ଭ ହେବ ବାହାର ରତ୍ନ ଭଣ୍ଡାର କାର୍ଯ୍ୟ । ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ । ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ଶୃଙ୍ଖଳିତ , ସୁନ୍ଦର ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବ । ତେଣୁ ଯେତେଶୀଘ୍ର ସମ୍ଭବ ମରାମତି କାର୍ୟ୍ୟ କରିବାକୁ ଏଏସ୍ଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ହାତରେ ସ୍ୱଳ୍ପ ଅବଧି ରହିଥିବାରୁ ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାମ ହେବ। ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଜୁନ୍ ୨୯ ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ ।
Views: 17