ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ଦିନ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଫେବୃଆରୀ ୧୬ରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ୧୬ ତାରିଖରୁ ବିଜ୍ଞାନ ଓ ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ ।
Views: 102











