ଭୁବନେଶ୍ୱର : ପୁଣି ଆଜିଠୁ ବଢିବ ତାତି । ୧୩ ତାରିଖ ବେଳକୁ ପୁଣି ୪୦ ଡିଗ୍ରୀ ଛୁଇଁବ ତାତି। ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି। ଗ୍ରୀଷ୍ମ ପ୍ରବାହ ନ ହେଲେ ବି ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲଗାତାର ୩ ଦିନ ଧରି ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବରେ ତାତିରେ ବ୍ରେକ୍ ଲାଗିଥିଲା। ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ତାପମାତ୍ରା ୩ ରୁ ୧୨ ଡିଗ୍ରୀ ପର୍ୟ୍ୟନ୍ତ କମିଥିଲା। ଆଜି ଓ କାଲି କେବଳ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
Views: 121











